କରୋନା ଠାରୁ ସୁରକ୍ଷା(Corona Safe)

-----ସତ୍ୟପିତ ପ୍ରମାଣ ଯୁକ୍ତ ନୀତି ଓ ନିୟମ ସମୂହ ----

କୋରୋନା ଏକ ମାରାତ୍ମକ ଭୁତାଣୁ ଯାହାକି ଉଭୟ ମନୁଷ୍ୟ ଓ ପଶୁ ଶରୀର ରେ ପ୍ରବେଶ କରି ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବା ବ୍ୟଥା ଉପୁଯାୟୀ ଥାଏ |ଏଯାବତ ୭ ପ୍ରକାର ଭୁତାଣୁ ଆବିଷ୍କାର ହୋଇଛି ଯାହାକି ମନୁଷ୍ୟ ଦେହରେ ସଂକ୍ରମଣ ହୋଇଥାଏ , ସେଥି ମଧ୍ୟରୁ ୪ଟି ଭୁତାଣୁ ବିଶ୍ଵବ୍ୟାପୀ ମନୁଷ୍ୟ ଦେହରେ ସାଧାରଣ ଥଣ୍ଡା ହେବେର ଲକ୍ଷଣ ଦେଖାଇଥାଏ | ଅନ୍ୟ ୩ ପ୍ରକାର ଭୁତାଣୁ ଅତ୍ୟନ୍ତ ଦେହ ଖରାପ କରେଇଥାନ୍ତି ଯେପରିକି ଶ୍ଵାସକ୍ରିୟା ରେ ସଂକ୍ରମଣ ତଥା ବ୍ୟଥା ପୁର୍ଣ ଶ୍ୱାସନ ତନ୍ତ୍ର ଲକ୍ଷଣ (Middle East Respiratory Syndrome)ବା MERS କାରଣ ହେଉଛି MERS-CoV, ଗମ୍ଭୀର ତୀବ୍ର ଶ୍ୱାସନ ଲକ୍ଷଣ (Severe Acute Respiratory Syndrome) କାରଣ ହେଉଛି SARS-CoV ଓ ସର୍ବଶେଷ ରେ କୋରୋନା ଭୁତାଣୁ ଜନିତ ରୋଗ 2019 [COVID-19 ] କାରଣ ହେଉଛି SARS-CoV-2

SARS-CoV-2 କୋରୋନା ଭୁତାଣୁ ଏକ ନୂତନ ଭୁତାଣୁ ଯାହାକି ମନୁଷ୍ୟ କୁ ଆକ୍ରାନ୍ତ କରୁଥିବାର ଆଗରୁ ଜଣା ନଥିଲା | ଏକ ପ୍ରାକୃତିକ ପ୍ରକ୍ରିୟା ରେ ଅର୍ଥାତ ପଶୁ ଠାରୁ ମନୁଷ୍ୟ କୁ ତାପରେ ମନୁଷ୍ୟ ଠାରୁ ମନୁଷ୍ୟ କୁ ଏହି ଭୁତାଣୁ ସଂକ୍ରମିତ କରୁଅଛି |ସର୍ବ ପ୍ରଥମେ ଏହା ସୂଚୀତ ଅନୁସାରେ ସୂଚନା ଅନୁଯାୟୀ ୩୧ ଡିସେମ୍ବର ୨0୧୯ ରେ ଚୀନ ର ଊହାନ ସହରରୁ ଉତ୍ପତ୍ତି ହେବାର ଜଣାପଡିଛି | COVID-19 ସଂକ୍ରମଣ ର ସାଧାରଣ ଲକ୍ଷଣ ହେଉଛି ଥଣ୍ଡା,ଜ୍ୱର ,ଶୁଖିଲା କାଶ ,କ୍ଲାନ୍ତ ଅନୁଭବ କରିବା | କିଛି ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ମଧ୍ୟ ଗଣ୍ଠିବ୍ୟଥା ,ନାକ ଚୁଣ୍ଟି ହବା ,ନାକ ରୁ ପାଣି ବାହାରିବା ,ଡାଇରିଆ ,ତଂଟି ଶୁଖିଯିବା ଆଦି ର ଲକ୍ଷଣ ବି ଦେଖା ଦିଏ |

୮୦ ପ୍ରତିଶତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ସାଧାରଣ ଥଣ୍ଡା ଦେଖାଯାଇଥାଏ ଯାହାକି ସାଧାରଣ ଚିକିତ୍ସ।ରେ ଭଲ ହୋଇଥାନ୍ତି | ବୃଦ୍ଧ ବ୍ୟକ୍ତି ତଥା ଆଗରୁ ଅଲଗା ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ଏହି ସଂକ୍ରମଣ ରେ ଡାକ୍ତରୀ ଚିକିତ୍ସକଙ୍କ ଉପଚାର ବିନା ଉପଶମ ମିଳିବା ସମ୍ଭବ ନୁହେଁ | ସୂଚନା ଅନୂସାରେ ୧୪ ପ୍ରତିଶତ ରୋଗୀ ଙ୍କ ସ୍ଥିତି ଜଟିଳ ଥିବା ସମୟରେ ଓ ୫ ପ୍ରତିଶତ ରୋଗୀଙ୍କ ସ୍ଥିତି ଅତି ଜଟିଳ ଅଟେ | ଏହି ଭୁତାଣୁ ରେ ବିଶ୍ଵବ୍ୟାପୀ ୪00,000ସଂକ୍ରମିତ ହୋଇଥିବା ବେଳେ , ୨୨000 ଜଣଙ୍କ ମୃତ୍ୟୁ ହୋଇସାରିଲାଣି | ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ବିଶ୍ଵବ୍ୟାପୀ ସ୍ଥିତି ନିରକ୍ଷଣ କରିବା ସହ ବିଶ୍ୱସ୍ତରରେ ନିଜ ଦୃଷ୍ଟି ରଖିଛନ୍ତି |

କରୋନା ଭୂତାଣୁ ପ୍ରକୃତରେ ମାନବ ଶରୀରରେ କଣ କରନ୍ତି ...........

ଏହି ନିର୍ଦେଶାବଳୀ ପ୍ରଗତିଶୀଳ ଅଟେ | କିଛି ଅଂଶ ସମ୍ପୂର୍ଣ ନ ହେବାଯାଏଁ ଏହି ସରକାରୀ ଲିଙ୍କ ଗୁଡିକୁ ଅନୁସରଣ କରିପାରିବେ |

ଏହି ନିର୍ଦେଶାବଳୀ ଗୁଡିକ କାହିଁକି ଉଦ୍ଧିଷ୍ଟ ?

ଏହି ନିୟମାବଳୀ ଗୁଡିକ ଲୋକଙ୍କୁ ସଚେତନ କରେଇବା ଉଦେଶ୍ୟରେ ଏହି ଠାତ୍ହରେ ଉଲ୍ଲେଖ କରାଯାଇଛି |ଭୁତାଣୁ ଠାରୁ ବର୍ତ୍ତିବା ତଥା ବିଭିନ୍ନ ସରକାରୀ ଉତ୍ସ ଏହିଠାରେ ଉଲ୍ଲେଖ କରାଯାଇଛି |

ସୂଚୀପତ୍ର

Last updated