ଘର ବିଚ୍ଛିନ୍ନତା(Home Isolation)
ସଙ୍ଗରୋଧ ତଥା ଏକଘରକିଆ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ଯେଉଁ ମାନଙ୍କୁ COVID-19 ହେବାର ସମ୍ଭାବନା ଥାଏ ଅଥବା ଯେଉଁ ମାନଙ୍କୁ COVID-19 ହୋଇଥାଏ ସେହି ମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଲଗା କଠୋରୀରେ ରଖାଯାଏ |
ସଙ୍ଗରୋଧ କଠୋରୀ
ଆପଣ ନିମ୍ନଲିଖିତ ପ୍ରତିକାର ଗୁଡିକୁ ପାଳନ କରିବା ଅନିର୍ବାର୍ଯ୍ୟ ଯେବେ ଯାଏଁ କୌଣସି ସ୍ୱାସ୍ଥ୳ ବିଷେଶଜ୍ଞ ତଥା ସ୍ୱାସ୍ଥ୍ୟ କର୍ମଚାରୀ ଆପଣଙ୍କୁ ସାଧାରାଣ ଭାବେ ଜୀବନ ଯାପନ କରିବାକୁ ପରାମର୍ଶ ନ ଦେଇଛନ୍ତି |
ସନ୍ଦିଗ୍ଧ ରୋଗୀ ଜଣକ ଉତ୍ତମ ବାୟୁ ଚଳାଚଳ ହେଉଥିବା କଠୋରୀରେ ରୁହନ୍ତୁ
ଘରର ଝରକା ଗୁଡି଼କ ଖୋଲା ରଖିବା ଆବଶ୍ୟକ
ସନ୍ଦିଗ୍ଧ ରହୁଥିବା କଠୋରୀ ସଂଲଗ୍ନ ଶୌଚାଳୟ ରହିବ ଆବଶ୍ୟକ
ଆସବାବପତ୍ର ,ବାସନକୁସନ, ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅଲଗା ରଖିବା ଦରକାର
ନିୟମିତ ଭାବେ ନିଜର ହାତକୁ ସାବୁନ ଓ ପାଣିରେ ଧୋଇବା ଅଭ୍ୟାସ କରନ୍ତୁ
ବିଶେଷ ଭାବରେ ଶୌଚ ପରେ ଅଥବା ଶରୀରର ତରଳ ପଦାର୍ଥ ସଂପର୍ଶ ରେ ଆସିବା ପରେ
ଶାରୀରିକ ସ୍ୱଛତା ରକ୍ଷା କରନ୍ତୁ
ଶୁଦ୍ଧ ଶ୍ଵାସକ୍ରିୟା ପାଳନ କରନ୍ତୁ
କାଶ ବା ଛିଙ୍କ ହେବା ସମୟରେ ମୁହଁ ଓ ନାକକୁ ମାସ୍କ ବା ଟିସୁରେ ଘୋଡାନ୍ତୁ ରଖନ୍ତୁ
ଯଦି ମାସ୍କ ବା ଟିସୁ ନଥାଏ ତେବେ କାଶ ବା ଛିଙ୍କ ହେବା ସମୟରେ ହାତ କହୁଣୀକୁ ବ୍ୟବହାର କରନ୍ତୁ
ତିନି ପ୍ରକାର ବର୍ଜ୍ୟବସ୍ତୁ ନିଷ୍କାସନ ର ଉପାୟ 1ଶଣବସ୍ତ୍ର ତଥା ବ୍ୟବହୃତ ବସ୍ତ୍ର ଗୁଡିକୁ ବ୍ଲିଚିଂ ରେ ସଫା କରି ସୂର୍ଯ୍ୟ କିରଣ ରେ ଶୁଖାଇବା ଦରକାର 2ବ୍ୟବହୃତ ମାସ୍କ,ଟିସୁ ଓ ପ୍ୟାଡ଼ କୁ ଜଳାଇଦେବା ଦରକାର 3*ବ୍ୟବହୃତ ଔଷଧ ଖୋଲା ତଥା ଜୈବିକ ଔଷଧ କୁ ମାଟିରେ ପୋତିଦେବା ଦରକାର
କଠୋରୀ କୁ ବ୍ଲିଚିଙ୍ଗ ଯୁକ୍ତ ରାସାୟନିକ ତରଳ ପଦାର୍ଥରେ ସଫା କରିବା ଆବଶ୍ୟକ , ସନ୍ଦିଗ୍ଧ ଙ୍କ କଠୋରୀକୁ ଯାଉଥିବା ବ୍ୟକ୍ତି ହାତ କୁ ସାବୁନ ରେ ବାରମ୍ବାର ଧୋଇବା ଆବଶ୍ୟକ | କୌଣସି ବାହାର ବ୍ୟକ୍ତି ସେହି କଠୋରୀ କୁ ଯିବା ନିଷେଧ କରିବା ଉଚିତ ସାମାଜିକ ଯାତାୟାତ କରିବା ଉଚିତ ନୁହେଁ *ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ,ଯାତାୟାତରୁ ବିରତ ରୁହନ୍ତୁ
କାହା ପାଇଁ ଉଦ୍ଧିଷ୍ଟ -----
ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀ ତଥା ସରକାରୀ ସେବା ପ୍ରଦାନ କରୁଥିବା କର୍ମଚାରୀ ମାନେ COVID-19 ସନ୍ଦିଗ୍ଧ ବ୍ୟକ୍ତି ଓ ସଙ୍ଗରୋଧ ରେ ରହୁଥିବା ବ୍ୟକ୍ତି ମାନଙ୍କ ଦେଖାଶୁଣା କରୁଛନ୍ତି |
କରୋନା ଠାରୁ ସୁରକ୍ଷା(Corona Safe)COVID-19 ବ୍ୟାପିବାର ପ୍ରତିଷେଧକ ବିବରଣୀ ତଥା ନିର୍ଦେଶାବଳୀ COVID-19 ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ତଥା ସଙ୍ଗରୋଧ. ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ
Last updated
Was this helpful?