> For the complete documentation index, see [llms.txt](https://coronasafe-1.gitbook.io/covid-19/llms.txt). Markdown versions of documentation pages are available by appending `.md` to page URLs; this page is available as [Markdown](https://coronasafe-1.gitbook.io/covid-19/contact/steps-for-corona-in-odisha.md).

# ଓଡିଶା ରେ କରୋନା ପାଇଁ ପଦକ୍ଷେପ(Steps for Corona in Odisha)

ଓଡିଶା ସରକାର ଙ୍କ ତରଫରୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି

## ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ

ଯେକୌଣସି ଦେଶରୁ ଓଡ଼ିଶା ଆସୁଥିବା ସମସ୍ତ ବ୍ୟକ୍ତି <http://covid19.odisha.gov.in/> ରେ ଆତ୍ମପଞ୍ଜିକରଣ କରନ୍ତୁ ନଚେତ ୧୦୪ କୁ ଯୋଗାଯୋଗ କରନ୍ତୁ ଫର୍ମ ପୁରଣ କରିବା ଜରୁରୀ।.

## -----ସଚେତନତା ଵୃଦ୍ଧି ତଥା ଗଣମାଧ୍ୟମ ଦ୍ୱାରା ପ୍ରଚାର ଓ ପ୍ରସାର----

### ସାମାଜିକ ଦୂରତା

ଅସୁସ୍ଥ ଥିବା ଲୋକଙ୍କ ସହ ଶାରୀରିକ ଘନିଷ୍ଠତା ରଖନ୍ତୁ ନାହିଁ | କାଶୁଥିବା କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କଠାରୁ ଅତି କମରେ ୧ ମିଟର ଦୂରତା ବଜାୟ ରଖନ୍ତୁ | ଯଦି ଆପଣ ଅସୁସ୍ଥ ଅଛନ୍ତି, ତେବେ ଘରେ ରୁହନ୍ତୁ | କାଶୁଥିବା କିମ୍ବା ଛିଙ୍କୁଥିବା ବେଳେ ମୁହଁକୁ ଟିସୁରେ ଘୋଡ଼ାଇ ରଖନ୍ତୁ ଓ ବ୍ୟବହୃତ ଟିସୁକୁ ସୁରକ୍ଷିତ ସ୍ଥାନରେ ନିଷ୍କାସନ କରନ୍ତୁ |

### ହାତ ଧୋଇବା

ନିୟମିତ ଭାବରେ, ବିଶେଷ କରି ସର୍ବସାଧାରଣ ସ୍ଥାନରୁ ଆସିବା ପରେ ହାତକୁ ଅତି କମରେ ୨୦ ସେକେଣ୍ଡ ପାଇଁ ସାବୁନ୍ ଏବଂ ପାଣିରେ ଧୁଅନ୍ତୁ | ଯଦି ସାବୁନ ଏବଂ ପାଣି ଉପଲବ୍ଧ ନଥାଏ, ତେବେ ଅତି କମରେ ୬୦% ଆଲକହଲ ଥିବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ | ହାତ ନଧୋଇ ଆଖି, ନାକ ଏବଂ ପାଟି ଛୁଅନ୍ତୁ ନାହିଁ |

![](https://2069705942-files.gitbook.io/~/files/v0/b/gitbook-legacy-files/o/assets%2F-M4DFf8Zh4TNpMybpbA1%2F-M4TLArSXTb4X009gOmU%2F-M4TLppTdHzles-4mMAp%2FScreenshot_2020-04-09-14-27-51-902_com.android.chrome.jpg?alt=media\&token=18e9ad75-5601-4a90-8458-760c7e7a05a7)

### **ଆତ୍ମ ପୃଥକୀକରଣ**

ଭୁତାଣୁ ପ୍ରଭାବିତ ଅଞ୍ଚଳ ଛାଡ଼ିବା ପରଠାରୁ ଅନ୍ତତଃ ୧୪ ଦିନ ପର୍ଯ୍ୟନ୍ତ ଘରେ ରୁହନ୍ତୁ | ଯଦି ଆପଣ ଅସୁସ୍ଥ ଅଛନ୍ତି କିମ୍ବା ଅସୁସ୍ଥତାର ସାମାନ୍ୟ ଲକ୍ଷଣ ମଧ୍ୟ ଅନୁଭବ କରୁଛନ୍ତି, ତେବେ ସୁସ୍ଥ ନହେବା ପର୍ଯ୍ୟନ୍ତ ଘରେ ରୁହନ୍ତୁ | ଯଦି ଆପଣ ଜ୍ୱର, କାଶ ଏବଂ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି,ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

## ------- ସହାୟତା ପାଇଁ ଯୋଗାଯୋଗ କରନ୍ତୁ ------

* ରାଜ୍ୟ କୋଭିଡ ସହାୟକ ପାଇଁ ଯୋଗାଯୋଗ କରନ୍ତୁ : 104
* ଯାନବାହାନ ଯାତାୟାତ ରେ ସହଯୋଗ ପାଇଁ ଯୋଗାଯୋଗ କରନ୍ତୁ : 0674-2620200 (ପୁଲିସ )
* ଅନ୍ୟ ରାଜ୍ୟ ରେ ଥିବା ଓଡ଼ିଆ ଶ୍ରମିକ ଙ୍କ ସହଯୋଗ ପାଇଁ ଯୋଗାଯୋଗ କରନ୍ତୁ : +0674-2392115 (ଗୃହ ବିଭାଗ )
* ଓଡିଶା ରେ ଥିବା ଅନ୍ୟ ରାଜ୍ୟର ଥିବା ଶ୍ରମିକ ଙ୍କ ସହଯୋଗ ପାଇଁ ଯୋଗାଯୋଗ କରନ୍ତୁ : +1800 34567 03 (ଶ୍ରମିକ କମିଶନରଙ୍କ କାର୍ଯ୍ୟାଳୟ କୁ ଯୋଗାଯୋଗ ନିମନ୍ତେ )
* ପାଇକାରୀ ବିକ୍ରେତା ,ଦୋକାନୀ ,ବ୍ୟବସାୟୀ ଙ୍କ ସଂଯୋଗ ପାଇଁ ଯୋଗାଯୋଗ କରନ୍ତୁ : 155335
* ଜାତୀୟ ସ୍ତରରେ ସହାୟତା ପାଇଁ ମାଗଣା ରେ ଯୋଗାଯୋଗ କରନ୍ତୁ : 1075

### ଗୁରୁତ୍ୱପୂର୍ଣ୍ଣ ଫିଡ୍

* ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର: **[www.twitter.com/naveen\\\_odisha](http://www.twitter.com/naveen\\_odisha)**
* &#x20;ମୁଖ୍ୟମନ୍ତ୍ରୀଙ୍କ ଫେସବୁକ୍:\*\*[www.facebook.com/naveen.odisha\*\*\&#x20](http://www.facebook.com/naveen.odisha**\&#x20);
* ସୁଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟର: \*\*[www.twitter.com/IPR\\\_Odisha\*\*\&#x20](http://www.twitter.com/IPR\\_Odisha**\&#x20);
* ସୁଚନା ଓ ଲୋକସମ୍ପର୍କ ବିଭାଗ ଫେସବୁକ୍: \*\*[www.facebook.com/iprodisha\*\*\&#x20](http://www.facebook.com/iprodisha**\&#x20);
* ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ: <https://www.mohfw.gov.in/>&#x20;
* ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା: <https://health.odisha.gov.in/>&#x20;
* ଡବ୍ଲୁଏଚ୍ଓ: <https://www.who.int/>

{% content-ref url="/pages/-M4DG9ymlvjeZMmue6Uj" %}
[କରୋନା ଠାରୁ ସୁରକ୍ଷା(Corona Safe)](/covid-19/master.md)
{% endcontent-ref %}
